Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
ବ୍ୟସ୍ତ ବହୁଳ ଜୀବନ ଶୈଳୀ ରେ ଟିକିଏ ନିଆରା ଆନନ୍ଦ ପାଇବା ପାଇଁ କିଏ ଖେଳକୁଦ ରେ ମନ ଦିଏ।କିଏ ସିଲାଇ ,ବୁଣାଇ ତ କିଏ ଗପ କାହାଣୀ ବହି ପଢ଼ି।ଏବେ ଅବଶ୍ୟ ବହି ପଢିବାକୁ ବେଶୀ କେହି ଆନ୍ତରିକତା ଦେଖାଉ ନାହାନ୍ତିଆଜିବି ଅନେକ ଙ୍କର ବହି ପଢା ସଉକ ଯାଇନି।ଏଇ ଯେମିତି ମୁଁ ବହିଟିଏ ମୁଣ୍ଡ ତଳେ ରଖି ନ ଶୋଇଲେ ମୋତେ ନିଦ ନାହିଁ।ମୋର ବହିଟି ପଢ଼ିବା ନିଶା ଯେମିତି ଆପଣମାନେ ମୋ ବହି ’ଅଲିଭା ସ୍ମୃତି’ ପଢିଲା ପରେ ଆପଣମାନଙ୍କର ବି ବହି ପଢିବା ନିଶା ହୋଇଯିବ।ମୋ ବହିରେ ରହିଛି ଆଈ ର ଗପ ପେଡ଼ି,ଅଜାଙ୍କର ଭାଗବତ ଟୁଙ୍ଗୀ, ମାଁ ର ପଣତ କାନି, ଓଡ଼ିଆ ଘରର ଆରାଧ୍ୟ ଦେବତା ଜୟ ଜଗନ୍ନାଥ ଙ୍କ ପ୍ରତି ଅଭିମାନ,କିଛି ଚଳନି କିଛି ସଂସ୍କାର,ଋଢୀବାଦୀ ଲୋକଙ୍କ ର କଥା,ମୋ ଗାଁ ଧାନ କୁଟୁଣୀ ,ପିଠା ଚିତଉ ସବୁ କିଛି ଅଲିଭା ସ୍ମୃତି ର ଅଲିଭା ଲେଖନ।ପଢ଼ିବେ। କେମିତି ଲାଗିଲା ମତାମତ ଦେବେ| ଅମିତା ଦାଶ