Bibhuti Patnaik / Bibhuti Pattanaik
Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
ଆଦିବାସୀମାନେ ହିଁ ଭାରତ ଭୂଖଣ୍ଡର ଆଦିମ ଅଧିବାସୀ । ଆର୍ଯ୍ୟମାନେ ଭାରତ ଆସିଲାପରେ ସୈନ୍ଧବ ଗାଙ୍ଗେୟ ସମତଳ ଭୂମି ଆଦିବାସୀମାନଙ୍କଠାରୁ ଛଡ଼େଇ ନେଇ ସେମାନଙ୍କୁ ପାହାଡ଼ ପର୍ବତ ଘେରା ଦୁର୍ଗମ ଅରଣ୍ୟକୁ ବିତାଡ଼ିତ କରିଥିଲେ । ବ୍ରିଟିଶ ସରକାର ଭାରତ ଅଧିକାର କଲାପରେ ଆଦିବାସୀମାନଙ୍କଠାରୁ ଅରଣ୍ୟ ସମ୍ପଦ ଉପରେ ଥିବା ସେମାନଙ୍କର ଅଧିକାର ଛଡ଼ାଇ ନେଇଥିଲେ । ଦେଶ ସ୍ୱାଧୀନ ହେଲା ପରେ ସ୍ୱଦେଶୀ ସରକାର ଆଦିବାସୀମାନଙ୍କୁ ଅରଣ୍ୟ ସମ୍ପଦ ଉପରେ ଥିବା ସେମାନଙ୍କର ଅଧିକାର ଫେରାଇ ଦେବା ପରିବର୍ତ୍ତେ ଦେଶୀ, ବିଦେଶୀ କମ୍ପାନୀମାନଙ୍କୁ ଅରଣ୍ୟରେ ଖଣିଜ, ବନଜ ସମ୍ପଦ ଲୁଟ୍ କରି ସେମାନେ କଳକାରଖାନା ବସାଇବା ପାଇଁ ଅନୁମତି ଦେଇ ଆଦିବାସୀମାନଙ୍କୁ ବିସ୍ଥାପିତ କରି ଚାଲିଛନ୍ତି । ଆଦିବାସୀ ଜୀବନର ଏହି ମର୍ମନ୍ତୁଦ ପ୍ରେକ୍ଷାପଟ୍ଟରେ ଗଢ଼ି ଉଠିଛି ଏ ଉପନ୍ୟାସର କଥାବସ୍ତୁ । କେନ୍ଦୁଝର ମାଝିପଡ଼ାର ମାଆ ଛେଉଣ୍ଡ କାନୁକୁ ଗୁରୁମାଆ ନିଜ ପୁଅ ବନୁଠାରୁ ଅଧିକ ଯତ୍ନରେ ବଢ଼ାଇଥିଲେ, ପଢ଼ାଇଥିଲେ । କାନୁ ପାଠପଢ଼ି ହାକିମ ହେଲେ ମାଝିପଡ଼ାରୁ ଦୁଃଖ ଯିବ । ସାହୁକାର, ଜଙ୍ଗଲ ଜମାଦାର, ଠିକାଦାରମାନଙ୍କ ଶୋଷଣ, ଅତ୍ୟାଚାରରୁ ବଞ୍ôଚ ବର୍ତ୍ତି ଯିବେ ମାଝିପଡ଼ା, ଧାମପାଲିର ଆଦିବାସୀମାନେ । କାନୁ ମାଝି ପାଠପଢ଼ି ହାକିମ ହେଲା । ଆଇ.ଏ.ଏସ୍. ଅଫିସର । ତା’ର ପିଲାଦିନର ଖେଳସାଥୀ ଧାନୀକୁ ବାହାହେବ ବୋଲି କଥା ଦେଇଥିଲା କାନୁ । କିନ୍ତୁ ବଡ଼ ହାକିମ ହେଲା ପରେ ଧାନୀ ଭଳି ଅପାଠୋଇ ଧାଙ୍ଗଡ଼ିକୁ ବାହାହେଲେ ସେ ତା’ ସହିତ ପାଦ ମିଳାଇ ଚାଲି ପାରିବ ନାଇଁ ବୋଲି ତା’ର ଉପର ଅଫିସର୍ ଅଣଆଦିବାସୀ ଆଇ.ଏ.ଏସ୍. ଅଫିସରଙ୍କ ଝିଅକୁ ବାହାହୋଇ ପଡ଼ିଲା କାନୁ । ଓଡ଼ିଆ କଥା ସାହିତ୍ୟର ଶିଖର ପୁରୁଷ ବିଭୂତି ପଟ୍ଟନାୟକଙ୍କ ଏହି କାଳଜୟୀ ଉପନ୍ୟାସ ଅବଲମ୍ବନରେ ନିର୍ମିତ ଅମୀୟ ପଟ୍ଟନାୟକଙ୍କ ପ୍ରଯୋଜିତ ଓଡ଼ିଆ ଚଳଚିତ୍ର ’ହାକିମବାବୁ’ ୧୯୮୫ ମସିହାରେ ପୂର୍ଣ୍ଣ ପ୍ରେକ୍ଷାଳୟରେ ମୁକ୍ତିଲାଭ କରି ଦର୍ଶକମାନଙ୍କ ଉଚ୍ଛ୍ୱସିତ ପ୍ରଶଂସା ଲାଭ କରିଥିଲା ।