Librería Desdémona
Librería Samer Atenea
Librería Aciertas (Toledo)
Kálamo Books
Librería Perelló (Valencia)
Librería Elías (Asturias)
Donde los libros
Librería Kolima (Madrid)
Librería Proteo (Málaga)
ଯଦି କେବେ କେଉଁଠି ମୋର କବିତାର ଧ୍ୱନି ଭିତରେ ଫୁଟିଉଠିଛି ନକ୍ଷତ୍ରଟିଏ, ପାଠକେ - ତାକୁ କେବଳ ଆକାଶର ତାରା ବୋଲି ଗ୍ରହଣକରି ନ ନେବାକୁ ମୋର ଅନୁରୋଧ । ସେ ବରଂ ମଣିଷର ଅମରତ୍ୱର ଏକ ଅନ୍ୟରୂପ, ତା’ର ଦୁଃସାହସୀ ସ୍ୱପ୍ନ, ଅସାଧାରଣ କଳ୍ପନା ଓ ତୁଙ୍ଗ ଏକ ଅଭିଳାଷ । ନହେଲେ ବା ଅନଶ୍ୱର ଭଲପାଇବାର ପ୍ରତୀକଟିଏ । ପ୍ରଚଣ୍ଡ ବସ୍ତୁବାଦର ଘୂର୍ଣ୍ଣି ଭିତରେ, ଅନ୍ଧାରର ଖଳଖଳ ପ୍ରବାହ ତଳେ ମଣିଷର ଚାଖଣ୍ଡେ ଛାତି ଭିତରେ ତା’ର ଉଦୟୋତ୍ସବ - ଅସ୍ଥିର ସମୟର ପ୍ରପାତ ଉପରେ ସେ ଏକ ସ୍ଥିରଚେତନାର ଇନ୍ଦ୍ରଧନୁ - ଯେତିକି ମନୋରମ ସେତିକି ବିସ୍ମୟକର । ତା’ର ପୂର୍ଣ୍ଣ ଆଧାର ହେବାପାଇଁ ମଣିଷର ପରିଚୟ ଯଥେଷ୍ଟ ନୁହେଁ । ମଣିଷ ହ୍ରସ୍ୱ, ତେଣୁ ସେ ଅର୍ଦ୍ଧେକର ଆଧାର ମାତ୍ର ।ସେଥିପାଇଁ ସାଧାରଣ ଜୀବନଟିଏ ବଞ୍ଚୁଥିବା କବିର ସ୍ୱପ୍ନ ଅଧା ରହିବା ଅବଧାରିତ । ତଥାପି ସ୍ୱପ୍ନ ବରଂ ଅଧା ରହୁ, ବିଡ଼ମ୍ବିତ ନ ହେଉ । - ପ୍ରତିଭା ଶତପଥୀ