Librería Samer Atenea
Librería Aciertas (Toledo)
Kálamo Books
Librería Perelló (Valencia)
Librería Elías (Asturias)
Donde los libros
Librería Kolima (Madrid)
Librería Proteo (Málaga)
About the Book: 'ସପନପୁରର ଗୋପନ କଥା' ପୁସ୍ତକଟି ସମୁଦାୟ ସଇଁତିରିଶଟି ଗଳ୍ପର ସମାହାର । ଗଳ୍ପ ଗୁଡ଼ିକର କଥାବସ୍ତୁ ପିଲାଦିନର ଆଈମା କାହାଣୀକୁ ଆରମ୍ଭ କରି ବୟସର ଉତ୍ତରାହ୍ନ ବ୍ୟାପୀ ପ୍ରତ୍ୟେକ୍ଷ ଏବଂ ପରୋକ୍ଷ ଅନୁଭୂତିରେ ପରିପୁଷ୍ଟ। କିଛି ଆତ୍ମୋପଲବ୍ଧି, ସୁନ୍ଦର ଜୀବନ ଦର୍ଶନ ଏବଂ ସ୍ମୃତିରୁ କ୍ରମଶଃ ହଜି ଯାଉଥିବା ଅତୀତର କିଛି ଲୋକକଥା ଓ ବିଶ୍ୱାସକୁ ସତେଜ ତଥା ଉଜ୍ଜିବୀତ କରି ରଖିବା ଉଦ୍ଦେଶ୍ୟରେ ପ୍ରତ୍ୟେକଟି ଗଳ୍ପ ମାଧ୍ୟମରେ ଖୁବ୍ ସୁନ୍ଦର ପ୍ରୟାସ କରା ଯାଇଅଛି ।ପୁସ୍ତକଟି ସାହିତ୍ୟପ୍ରେମୀ ସୁଧୀ ପାଠକପାଠିକାଙ୍କ ମାନଙ୍କ ହୃଦୟକୁ ଛୁଇଁପାରିବ ବୋଲି ଆମର ଦୃଢ଼ ଆଶା ରହିଛି । About the Author: ଓଡ଼ିଶା ରାଜ୍ୟ ସ୍ୱାସ୍ଥ୍ୟ ପରିସଂଖ୍ୟାନ ନିର୍ଦ୍ଦେଶାଳୟରୁ ସେବାନିବୃତ୍ତ ହୋଇ ସାହିତ୍ୟ ସାଧନାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଥିବା ଶ୍ରୀ ଭରତବଂଧୁ ବିଶ୍ୱାଳଙ୍କର ଅନେକ ଗୁଡ଼ିଏ କବିତା, ଗଳ୍ପ ଏବଂ ପ୍ରବନ୍ଧ ରାଜ୍ୟର ବହୁ ପତ୍ରପତ୍ରିକାରେ ପ୍ରକାଶିତ ହୋଇ ପାଠକୀୟ ପ୍ରଶଂସା ଲାଭ କରିଅଛି । ସେ ଜଣେ ଭାଷା ସଂସ୍କୃତିପ୍ରେମୀ ବରିଷ୍ଠ ପ୍ରତିଭା ସମ୍ପନ୍ନ କବି ଓ ସୁସାହିତ୍ୟିକ ଭାବେ ବିଭିନ୍ନ ସାହିତ୍ଯ ଅନୁଷ୍ଠାନ ଦ୍ବାରା ସମ୍ବର୍ଦ୍ଧିତ ହୋଇଛନ୍ତି । ଦେଶର ଅଗ୍ରଣୀ ବହୁଭାଷୀ ସାହିତ୍ୟ ପ୍ରତିଷ୍ଠାନ ଷ୍ଟୋରିମିରରଙ୍କ ଦ୍ୱାରା ଆୟୋଜିତ ବହୁ ପ୍ରତିଯୋଗିତାରେ ସେ ବିଜୟୀ ହେବା ସଙ୍ଗେ ସଙ୍ଗେ୨୦୨୧ବର୍ଷ ପାଇଁ ଶ୍ରେଷ୍ଠ ଲେଖକ ସମ୍ମାନ ମଧ୍ୟ ଲାଭ କରିଛନ୍ତି। ଜୀବନର କିଛି ସ୍ମୃତି ଏବଂ ନିଚ୍ଛକ ଅନୁଭୂତିକୁ ନେଇ ରଚିତ ତାଙ୍କର ଏହି ପ୍ରଥମ ଗଳ୍ପ ସଙ୍କଳନ 'ସପନପୁରର ଗୋପନ କଥାରେ ସେ ତାଙ୍କ ସୁନ୍ଦର ସୃଜନଶୀଳ ଭାବକଳ୍ପ ସବୁକୁ ଖୁବ ଯତ୍ନର ସହିତ ଓଡ଼ିଆ ସାହିତ୍ୟପ୍ରେମୀଙ୍କ ସମ୍ମୁଖରେ ପରିବେଷଣ କରିବାର ଅଭିନବ ପ୍ରୟାସ କରିଛନ୍ତି । ଆଶା,ପୁସ୍ତକ 'ସପନପୁରର ଗୋପନ କଥା' ପ୍ରିୟ ଓଡ଼ିଆ ପାଠକପାଠିକାଙ୍କ ମହଲରେ ନିଶ୍ଚିତ ଆଦୃତ ହେବ ।