Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
About the Book: ’ବାପା ଓ ଅନ୍ୟାନ୍ୟ କବିତା’ କବି ବିକେଶ ସାହୁଙ୍କ ପ୍ରଥମ କବିତା ସଂକଳନ। ସମୁଦାୟ ୪୦ଟି କବିତାକୁ ନେଇ ଏହାର କଳେବର ପରିକଳ୍ପିତ। ଏଥି ମଧ୍ୟରୁ ବାପା ଶୀର୍ଷକ ସମୁଦାୟ ୧୦ଟି କବିତା ପର୍ଯ୍ୟବେଶିତ। ଅବଶିଷ୍ଟ କବିତାମାନଙ୍କ ଶୀର୍ଷକ ଭିନ୍ନ ହେଲେ ମଧ୍ୟ ଏହି ସବୁର ଭାବଚେତନା ବାପାଙ୍କ ଉପରେ କେନ୍ଦ୍ରୀଭୂତ। ସଂକଳନରେ ସ୍ଥାନୀତ କବିତା ସବୁ ତାଙ୍କ ତରୁଣ ବୟସର ରଚନା ହେଲେ ମଧ୍ୟ ତା’ର ଭାବବଳୟ ଯେ ଅତ୍ୟନ୍ତ ବ୍ୟାପକ - ଏହା ନିର୍ଦ୍ୱନ୍ଦ୍ୱରେ ସ୍ଵୀକାର କରାଯାଇପାରେ। About the Author: କବି ବିକେଶ ସାହୁ ଓଡ଼ିଆ କାବ୍ୟ ଆକାଶରେ ଆଗାମୀ କାଲି ପାଇଁ ଏକ ସମ୍ଭାବନା। ନିଜସ୍ୱ ଅଭିନବ ରଚନା ଶୈଳୀ ଓ ଆବେଦନରେ ସ୍ପଷ୍ଟତା ତାଙ୍କ କବିତାକୁ ଦେଇଛି ସ୍ୱତନ୍ତ୍ର ପରିଚୟ। ଅଦ୍ୟାବଧି ତାଙ୍କ ଅନେକ କବିତା ଓଡ଼ିଶାର ପ୍ରଖ୍ୟାତ ସାହିତ୍ୟ ପତ୍ରିକା ପୃଷ୍ଠାରେ ପ୍ରକାଶିତ ହୋଇ ଜନାଦୃତି ଲାଭ କରିପାରିଛି। ଏହା ସହ ’ଉଦୟରାଗ କବିତା ସମ୍ମାନ’, ’ସୃଜନ ଝର - ଗୀତିଝର ସମ୍ମାନ’, ’ସମ୍ବାଦ ଏଇ ମାସର ଲେଖକ’, ’ଭାଗୀରଥ ଯୁବ ପ୍ରତିଭା ସମ୍ମାନ’ ଆଦି ସାରସ୍ୱତ ପୁରସ୍କାର ତାଙ୍କୁ ଦେଇଛି ସ୍ୱତନ୍ତ୍ର ସ୍ୱୀକୃତି।