Librería Samer Atenea
Librería Aciertas (Toledo)
Kálamo Books
Librería Perelló (Valencia)
Librería Elías (Asturias)
Donde los libros
Librería Kolima (Madrid)
Librería Proteo (Málaga)
ଭାରତ ଏକ ଭାଷା ବହୁଳ ଦେଶ । ପ୍ରତ୍ୟେକ ରାଜ୍ୟର ଭାଷାରେ ନିଜ ନିଜର ସ୍ୱତନ୍ତ୍ରତା ରହିଛି । ପ୍ରତ୍ୟେକଙ୍କର ସାମାଜିକ, ସାଂସ୍କୃତିକ ବୈଚିତ୍ରତା ରହିଛି । ବିଭିନ୍ନ ଭାଷାଭାଷି ଲେଖକମାନଙ୍କର ଭିନ୍ନ ଭିନ୍ନ ଚିନ୍ତାଧାରା ଥିବା ଏବଂ ସମାଜକୁ ଦିଗ୍ଦର୍ଶନ ଦେଉଥିବା ଗଳ୍ପଗୁଡ଼ିକ ପଢ଼ି ଓଡ଼ିଆରେ ଅନୁବାଦ କରି ଆମ ପାଠକମାନଙ୍କ ପାଖରେ ପହଞ୍ଚେଇବା ମୋର ଲକ୍ଷ । ଏହାଦ୍ୱାରା ଆମ ଓଡ଼ିଆ ସାହିତ୍ୟ ବିସ୍ତୃତ ଏବଂ ସମୃଦ୍ଧ ହେବ ବୋଲି ମୋର ବିଶ୍ୱାସ । ଅନୁବାଦ ସାହତ୍ୟ ଆମର ଦୃଷ୍ଟିକୋଣ ପ୍ରସାରିତ କରିଥାଏ । ଅନ୍ୟ ଭାଷାଭାଷି ସମାଜ ଓ ସଂସ୍କୃତି ସହିତ ପରିଚିତ କରାଇଥାଏ । ତେଣୁ ମୁଁ ଅନୁବାଦ ସାହିତ୍ୟକୁ ଗୁରୁତ୍ୱ ଦେଇଥାଏ । ଏହି ପୁସ୍ତକଟିରେ ଥିବା ଗଳ୍ପଗୁଡ଼ିକ ପାଠକମାନଙ୍କୁ ଆକୃଷ୍ଟ କରିବ ବୋଲି ଆଶାକରେ । --- କନକ ମଞ୍ଜରୀ ସାହୁ